ଗଛକୁ ପିଟିଲା ବାଇକ; ଚାଳକ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବ୍ରହ୍ମପୁର-ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ନିକଟ ପୋଲ ଫେକ୍ଟ୍ରି ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୁଜାଗଡ଼ ଗ୍ରାମର ଭଞ୍ଜ ସେଠୀ (୩୭)। ମଙ୍ଗଳବାର ମଧ୍ୟାହ୍ନ ସମୟରେ ଭଞ୍ଜ ମୁଜାଗଡ଼ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ ପୋଲ ଫେକ୍ଟ୍ରି ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଭଞ୍ଜଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର