ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ମୂର୍ଷୁଣ୍ଡି ଗାଁସ୍ଥିତ ମହାନଦୀ ଘାଟରେ ବୁଡି ଜଣେ ଗାଈ ଚରାଳିଙ୍କ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ହୋଇଛି। ମୃତ ଗାଈ ଚରାଳି ଜଣକ ସେହି ଗାଁର ସୁଶୀଲ ବାଘ(୩୦) ବୋଲି ଜଣାପଡିଛି। ଗାଈମାନଙ୍କୁ ଘାଟରେ ଗାଧୋଉଥିବା ବେଳେ ନଦୀ ଭିତରକୁ ତାଙ୍କ ଗୋଡ ଖସି ଯାଇଥିଲା। ପାଣି ଗଭୀର ଥିବା ଯୋଗୁଁ ସେ ଆଉ ବାହାରିପାରି ନଥିଲେ। ଯାହା ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା।

Advertisment

publive-image

ଘଟଣାସ୍ଥଳରେ ବୌଦ୍ଧ ଅଗ୍ନିଶମ ବିଭାଗ ପହଂଚିବା ପରେ ମୃତ ଦେହକୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟଡ଼ାକ୍ତରଖନା ନିଆଯାଇଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ ବୌଦ୍ଧ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏସଂକ୍ରାନ୍ତରେ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନାଅଧିକାରୀ ତାପସ୍ୱିନୀ କହଁର କହିଛନ୍ତି।