ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଜାମସେରା କୋଏଲ ନଦୀ ଘାଟ ପରି ଚାନ୍ଦିପୋଷ ବିରତୋଳି ବ୍ରାହ୍ମଣୀ ନଦୀ ଘାଟରେ ସମାନ ଅଘଟଣ ଘଟିଛି l ସାଙ୍ଗ ସହ ବଣଭୋଜି କରିବାକୁ ଯାଇଥିବାବେଳେ ନଦୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଲହୁଣୀପଡ଼ା କୁଡାପଡ଼ାର ମାନସ ରଞ୍ଜନ ମହାନ୍ତ l ଚାନ୍ଦିପୋଷ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବଣାଇ ସରକାରୀ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି l ସୂଚନା ମୁତାବକ ମାନସ ଗାଁର ଜଣେ ସାଙ୍ଗ ସହ ବଣ ଭୋଜି କରିବାକୁ ବ୍ରାହ୍ମଣୀ ନଦୀ ବିରତୋଳା ଘାଟକୁ ବାହାରି ଥିଲେ l ଭୋଜି ସାରି ଅପରାହ୍ନ ପ୍ରାୟ ତିନିଟାରେ ଗାଧୋଇବାକୁ ନଦୀ ଭିତରକୁ ପଶିଥିଲେ l ପଥରେ ଗୋଡ଼ ଖସି ଯିବାରୁ ବୁଡି ଯାଇ ନିଖୋଜ ହୋଇ ଯାଇଥିଲେ l ସ୍ଥାନୀୟ ପୁଲିସ, ଅଗ୍ନିଶମ କର୍ମଚାରୀ ପ୍ରାୟ ଦେଢ ଘଣ୍ଟା ପରେ ମାନସଙ୍କ ଶବ ଉଦ୍ଧାର କରିଥିଲେ l
/sambad/media/post_attachments/wp-content/uploads/2020/12/2c5f326b-1dfb-40ad-87d4-fa56f17d2493-1024x484.jpg)
ସୂଚନାଯୋଗ୍ୟ, ଆଜି ବିଶ୍ରା ଜାମସେରା ଘାଟ କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। ମୃତକ ଦୁଇ ଛାତ୍ର ହେଲେ ସେକ୍ଟର -୧୮ର ଭୁବେଶ ପ୍ରସାଦ (୧୭), ଛେଣ୍ଡ କଲୋନିର ସୁଜନ ଶର୍ମା (୧୭)। ନିଖୋଜ ଛାତ୍ର ହେଲେ ସେକ୍ଟର ୫ର କୌଶିକ ମଲିକ (୧୬)। ସମସ୍ତ ଛାତ୍ର ସେକ୍ଟର ୫ ଦୀପିକା ଇଂରାଜୀ ସ୍କୁଲର ଯୁକ୍ତ ୨ରେ ପଢ଼ନ୍ତି। ବନ୍ଧମୁଣ୍ଡା ପୁଲିସ ମୃତ ଦୁଇ ଛାତ୍ରଙ୍କ ଶବ ଜବତ କରିଛି। ନିଖୋଜ ଛାତ୍ର କୌଶିକକୁ ଠାବ କରିବାକୁ ଅଗ୍ନିଶମ ଉଦ୍ଧାର କାମ ଜାରି ରଖିଛନ୍ତି।
/sambad/media/post_attachments/wp-content/uploads/2020/12/6de3b69b-4f26-4244-80ff-c76c265e0317-1024x768.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/drawn.jpg)
