ବରଗଡ଼: ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ବୁଢ଼ାଧରା ଛକରେ ଆଜି ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ରଂଜିତ ଦୀପ (୪୫)।
ସୂଚନା ଅନୁସାରେ ଘରୋଇ ଯାତ୍ରୀବାହୀ ବସ୍ ‘ଗୌରୀ’ ଦୁର୍ଘଟଣଗସ୍ତ ହେଇଛି। ଏହି ଦୁର୍ଘଟଣା କାରଣରୁ ବୁଢ଼ାଧରା ଗାଁର ରଞ୍ଜିତଦୀପଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ବିଜେପୁର ଆଇଆଇସି ସନୟ କୁମାର ନାଏକ ପହଁଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)