ବାରିପଦା: ବନିଶୀ କଣ୍ଟାରେ ନାଳରୁ ମାଛ ଧରୁଥିଲେ। ମାତ୍ର ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ଶ୍ୟାମ ସୁନ୍ଦର ସିଂ(୫୮) ନାମକ ଜଣେ ବ୍ୟକ୍ତି। ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୮, ବାଗ୍ଡିହା କରତବସା ଅଞ୍ଚଳରେ। ନିକଟରେ ଥିବା ଏକ ନାଳରେ ମୃତକ ଜଣଙ୍କ ବନିଶୀ ସାହାଯ୍ୟରେ ମାଛ ଧରୁଥିଲେ। ମାତ୍ର ହଠାତ୍ ଗୋଡ଼ ଖସିଯିବାରୁ ପାଣିକୁ ଖସିପଡ଼ିଥିଲେ। ତେବେ ଆଉ ପାଣିରୁ ଉଠିନପାରିବାରୁ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏସମ୍ପର୍କରେ ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀର ସହକାରୀ ଅଗ୍ନିଶମ ଅଧିକାରୀ ନେତୃତ୍ବରେ କେକେ ମହାନ୍ତି, ଆଗ୍ନିକ ରାକେଶ କୁମାର ମହାପାତ୍ର, ଜଗନ୍ନାଥ ମହାନ୍ତି, ଜ୍ଞାନ ରଞ୍ଜନ ବେହେରା, ଅମରେନ୍ଦ୍ର ନାୟକ ପ୍ରମୁଖ ଶବ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ।
ବନିଶୀ କଣ୍ଟାରେ ମାଛ ଧରୁଥିଲେ, ପାଣିରେ ବୁଡ଼ି ପ୍ରାଣ ଚାଲିଗଲା
/sambad/media/post_attachments/wp-content/uploads/2021/08/2b24a7bf-c1a4-48d1-9a13-33c862b8be31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)