ଏରସମା-ବାଲିକୁଦାରେ ନିର୍ବାଚନୀ ହିଂସା: ଭୋଟ ଦେଇ ଘରକୁ ଫେରୁଥିଲେ, ବୋଲତ ଭୁଷିଦେଲେ ଦୁର୍ବୃତ୍ତ

ପାରାଦୀପ: ନିର୍ବାଚନକୁ କେନ୍ଦ୍ର କରି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ସୋମବାର ହିଂସା ଦେଖାଯାଇଛି। ଭୋଟ ଦେଇ ଘରକୁ ଫେରୁଥିବା ବେଳେ ଜଣେ ସ୍ଥାନୀୟ କଂଗ୍ରେସ କର୍ମୀଙ୍କୁ ସେମାବାର ଅପରାହ୍ଣରେ ଦୁର୍ବୃତ୍ତମାନେ ବୋତଲ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି। ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ଏରସମା-ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼କୁଜଙ୍ଗ ପଂଚାୟତର ନୋଳିଆ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

ରିପୋର୍ଟ ଅନୁସାରେ ନୋଳିଆ ସାହିର ଲଛମନ ବେହେରା ଆଜି ଅପରାହ୍ଣ ୪ଟା ପାଖାପାଖି ହେବ ଗାଁ ସ୍କୁଲରେ ଥିବା ମତଦାନ କେନ୍ଦ୍ରରୁ ଭୋଟ ଦେଇ ଫେରୁଥିବା ବେଳେ ଜଣେ ଦୁର୍ବୃତ୍ତ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଲଛମନଙ୍କ ମୃତ୍ୟୁ ହୋଇଥିଲା।

କୁହାଯାଉଛି ଯେ, ଲଛମନ ବେହେରା ହେଉଛନ୍ତି ଜଣେ ସ୍ଥାନୀୟ କଂଗ୍ରେସ କର୍ମୀ ଓ ସେ ନିକଟରେ ବିଜୁ ଜନତା ଦଳ ଛାଡ଼ିଥିଲେ। ଲଛମନଙ୍କୁ ଜଣେ ବିଜେଡି କର୍ମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର