ବିଦ୍ୟୁତ ଆଘାତରେ ଜଣେ ମୃତ, ଜଣେ ଗୁରୁତର

କୋଇଡା: କୋଇଡା ଥାନା ଅନ୍ତର୍ଗତ ଭଞ୍ଜପାଲି ଗ୍ରାମ ରାସ୍ତା କଡରେ ଥିବା ଏକ ଗାଡିର ଚାଳକ ସୁଜିତ ରାୟ ( ୨୪) ଗାଡ଼ି ଡାଲା ନ ଉଠିବାରୁ ଆଉ ଏକ ଗାଡିର ଚାଳକ ବିନୟ କୁମାର ରାୟ ( ୨୦) କୁ ଡାକିଥିଲେ ପରେ ଧିରେ ଧିରେ ଡାଲା ଉଠିବାରୁ ଡାଲାଟି ଉପରେ ଥିବା ତାର ସହିତ ଲାଗି ଯାଇଥିଲା । ଫଳ ସ୍ୱରୁପ ତଳେ ଅନ୍ୟ ଗାଡିର ଚାଳକ ବିନୟ କୁମାର ରାୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଓ ଉପରୋକ୍ତ ଗାଡି ଚାଳକ ସୁଜିତ ପୋଡି ହୋଇ ଗୁରୁତର ଅବସ୍ଥାରେ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଇ ରାଉରକେଲା ସ୍ଥାନାନ୍ତରିତ ହୋଇଥିଲେ । ମୃତ ବିନୟ କୁମାର ରାୟଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ଗିରିଡିହି ଜିଲ୍ଲାରେ । ଅଳ୍ପ ଦିନ ପରେ ତାଙ୍କ ବାହାଘର ହୋଇଥାନ୍ତା । ପରିବାର ଲୋକଙ୍କୁ ଖବର ଦେଇ କୋଇଡା ପୋଲିସ୍ ଶବକୁ ଜବତ କରିବା ସହିତ ଆସନ୍ତା କାଲି ବ୍ୟବଚ୍ଛେଦ ନିମନ୍ତେ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଯିବ ବୋଲି ପୋଲିସ୍ ସୂଚନା ଦେଇ ଘଟଣାରା ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର