ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ କେବିରି ବ୍ରହ୍ମପୁର ଗ୍ରାମରେ ସୋମବାର ସନ୍ଧ୍ୟାରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବଂଶୀଧର ପ୍ରଧାନ (୫୦) ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବଂଶୀଧର ଅନ୍ୟ ଜିଲ୍ଲାରେ କାମ କରୁଥିବା ବେଳେ ଛୁଟିରେ ଘର କେବିରି ବ୍ରହ୍ମପୁରକୁ ଆସିଥିଲେ। ସନ୍ଧ୍ୟାରେ ବଂଶୀଧର ଘରେ କୌଣସି ବିଦ୍ୟୁତ ସାମଗ୍ରୀକୁ ସଜାଡୁଥିଲେ। ସେହି ସମୟରେ ବିଦ୍ୟୁତ ସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ।
ପରିବାରବର୍ଗ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହକୁ ପୁଲିସ ଜବତ କରି ରଖିଥିବା ବେଳେ ଆସନ୍ତାକାଲି (ମଙ୍ଗଳବାର) ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ELECTRIC-SHOCK-TREATMENT-jpeg-1491202034_835x547.jpg)