ରାସୋଳ : ହାତୀ ଆକ୍ରମଣରେ ଜଣେ ମୃତ

ରାସୋଳ : ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ମାନିଆନାଳି ଗ୍ରାମରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସୋମବାର ସଂଧ୍ୟା ୬ ଘଟିକା ସମୟରେ ରବି ରାଉତ (୫୫) ନାମକ ବ୍ୟକ୍ତି ଘର ପାଖରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ । ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

 

ସମ୍ବନ୍ଧିତ ଖବର