ଦନ୍ତାହାତୀ ଆକ୍ରମଣରେ ଶ୍ରମିକ ମୃତ, ୨ ଆହତ

ରେଢ଼ାଖୋଲ: ଦନ୍ତା ହାତୀ ଆକ୍ରମଣ ରେ ଜଣେ କେନ୍ଦୁପତ୍ର ଶ୍ରମିକ ମୃତ, ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବାଦୀବାହାଲ ଗ୍ରାମର ବିମ୍ବାଧର ନାୟକ (୪୭) ଓ ଅନ୍ୟ ୨ ଗୁରୁତର ଏହି ଥାନା ତାଳପଦର ଗାଁ ବିନାୟକ ଦେହୁରୀ , ପବିତ୍ର ଦେହୁରୀ । ଉଭୟଙ୍କୁ ବୁର୍ଲା ପଠା ଯାଇଛି । ଏମାନେ କିଛି ଦିନ ହେଲା ରେଢ଼ାଖୋଲ ବନଖଣ୍ଡର ରେଢ଼ାଖୋକ ରେଞ୍ଜର ଲୁହାପଙ୍କ ଗାଡୁମୁଣ୍ଡାର କେନ୍ଦୁପତ୍ର ଫଡ଼ିରେ କେଦୁପତ୍ର ବାନ୍ଧୁଥିଲେ। ହେଲେ ଗତକାଲି ଶନିବାର ବିଳମ୍ବିତ ରାତ୍ରି ରେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ବିମ୍ବାଧରଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର