ସୁବର୍ଣ୍ଣପୁର: ଗ୍ୟାସ ଟାଙ୍କି ଫାଟି ଜଣେ ମୃତ, ଜଳିଗଲା ୨ ବଖରା ଘର

ଉଲୁଣ୍ଡା: ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ବଖରା ଘର ସଂପୂର୍ଣ୍ଣ ଜଳି ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତର ସାନକିରାସିରା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ପମି ପଧାନଙ୍କ ସାନ ପୁଅ ସିନୁ ପଧାନ ।

ସୂଚନା ଅନୁସାରେ  ଆଜି ଦିନ ବେଳା ବଡ଼ କିରାସିରl ଗ୍ରାମର ଗାଁ ମୁଣ୍ଡରେ ପମି ପଧାନଙ୍କ ଘରେ ନିଆଁ ଲାଗିଥିଲା ।  ପରିବାରରେ  ପମି ପଧାନ, ବଡ଼ ଭାଇ ଗୋବର୍ଧନ ପଧାନ, ସିନୁ ପଧାନ ରହୁଥିଲେ l ସିନୁ ପଧାନଙ୍କ ଏକ ଦୋକାନ ରହିଛି l ଦୋକାନ ଘର ନିକଟରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ ହୋଇ ନିଆଁ ଲାଗିବାରୁ ବିସ୍ପୋରଣ ହୋଇଥିଲା । ସେଥିରେ ପୋଡି ହୋଇ ଦୋକାନୀ ସିନୁ ପଧାନଙ୍କ ମୃତ୍ୟୁ ହୋଇଥିଲା l

ଖବର ଅନୁସାରେ ଟାଙ୍କି  ନିକଟରେ ଏକ ଜାରରେ  ପେଟ୍ରୋଲ ଥିଲା l ଗ୍ୟାସ ଟାଙ୍କି ଫାଟି ଯିବା ପରେ ପେଟ୍ରୋଲ ଜାରରେ ନିଆଁ ଲାଗିବା ଯୋଗୁଁ ସିନୁ ପଧାନ ପୋଡ଼ିଯିବାରୁ ଘର ଭିତରେ ଘଟଣାସ୍ଥଳରେ ମୃତ୍ୟ ହୋଇଥିଲା । ଘର ନିକଟରେ ଥିବା ବଡ଼ ଭାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି l ନିଆଁରେ ୨ ବଖରା ଘର ମଧ୍ୟ ପୋଡି ଛାର ଖାର ହୋଇ ଯାଇଛି ଓ ଘାଟଣାସ୍ଥଳରେ ତାଙ୍କ ମା ନ ଥିବାରୁ ବଞ୍ଚି ଯାଇଛନ୍ତି l ଖବର ପାଇ ସୁବଳୟା ଥାନାରୁ ପୁଲିସ ଏଏସଆଇ  ପ୍ରସାଦି ପଧାନ ଘଟଣାସ୍ଥଳକୁ ପହଂଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟ  ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଛନ୍ତି ଓ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୀରମହାରାଜପୁର ଡାକ୍ତରଖାନାକୁ ପୁଲିସ ନେଇଥିଲା।  ବ୍ୟବଛେଦ ପରେ ପୁଲିସ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି l

ସମ୍ବନ୍ଧିତ ଖବର