ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଦେଓଗାଁ ଗ୍ରାମର ଆଦିବାସୀ ବିବାହିତ ଯୁବକ ବିଦ୍ୟୁତ ସଂସ୍ପର୍ଶର ମୃତ୍ୟୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ କି ଉକ୍ତ ଦେଓଗାଁ ଗ୍ରାମର ନରେନ୍ଦ୍ରପୋଷୀ ଚାଂଚିରା ଟୋଲାର ବ୍ରଜ ମୋହନ ମୁର୍ମୁ(୫୫) ଘରେ ଲାଇଟ ଜଳାଇବା ପାଇଁ ବିଦ୍ୟୁତ ବୋର୍ଡରେ ସୁଇଚ ଅନ୍‌ କରୁଥିବା ବେଳେ ହାତରେ କରେଣ୍ଟ ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ ସେ ପଡିଯାଇ ସଂଜ୍ଞାହୀନ ହୋଇଥିଲେ। ତୁରନ୍ତ ତାଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଯୁବକ ବ୍ରଜ ମୋହନକୁ ମୃତ ଘୋଷଣା କରିଥିଲେ।ପୁଲିସ ଖବର ପାଇ ଶଵ ଜବଦ କରି ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଏବଂ ସେ ଏକ ମାତ୍ର ରୋଜଗାରିଆ ସଦ୍ୟସ ହୋଇ ଥିବା ବେଳେ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର