ଶୌଚ ପାଇଁ ଯାଇଥିବା ବେଳେ ବଜ୍ରପାତରେ ଜଣକର ମୃତ୍ୟୁ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଧୁବଲପଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗଟାସିଲ ଗ୍ରାମରେ ସନ୍ଧ୍ୟାରେ ବଜ୍ରପାତରେ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି ।

ମିଳିଥିବା ସୁଚନା ଅନୁଯାୟୀ, ଧୁବଲପଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗଟାସିଲ ଗ୍ରାମରେ ବଦନ ନାଗ(୫୦) ସନ୍ଧ୍ୟା ସାଢେ ୬ଟାରେ ଶୌଚ ପାଇଁ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇଥିଲୋ ଏହି ସମୟରେ ହଠାତ୍‌ ବର୍ଷା ସହିତ ବଜ୍ରପାତ ହୋଇଥିଲା । ପୋଖରୀ ପାଖରେ ବଜ୍ରାଘାତରେ ବଦନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବର୍ଷା ଛାଡିବା ପରେ ଗ୍ରାମର କିଛି ଲୋକ ଶୌଚ କରିବା ପାଇଁ ପୋଖରୀ ନିକଟକୁ ଯାଇଥିବା ବେଳେ ବଦନ ନାଗର ମୃତଦେହ ଠାବ କରିଥିଲୋ

ପରେ ଏ ନେଇ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କୁ ଖବର ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ନାଏକ ଏସମ୍ପର୍କରେ ପାଟଣାଗଡ଼ର ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିବା ବେଳେ ବଜ୍ରପାତ ଦ୍ଵାରା ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ସହାୟତା ପାଇଁ ଯେଉଁ ଯୋଜନା ରହିଛି, ସେ ଯୋଜାର ସହାୟତା ରାଶି ବଦନଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯିବା ପାଇଁ କହିଥିବା ଜଣାପଡିଛି ।

ଅପର ପକ୍ଷରେ ରାତି ହୋଇଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବଦନଙ୍କ ମୃତ ଦେହ ଉକ୍ତ ସ୍ଥାନରେ ପଡିଥିବା ବେଳେ ଆସନ୍ତାକାଲି ଶବ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି । ମୃତ ବଦନଙ୍କ ପରିବାରରେ ତାଙ୍କ ପତ୍ନୀ ଉଦିଆଁଙ୍କ ସହିତ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ବଦନ ଶ୍ରମିକ ଭାବେ କାମ କରି ପରିବାରର ଭରଣ ପୋଷଣ କରୁଥିଲେ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର