ବିଲରେ କାମ କରୁଥିଲେ ଚାଷୀ, ବଜ୍ରପାତ ନେଲା ଜୀବନ

ଭଦ୍ରକ: ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମରେ ରବିବାର ବଜ୍ରପାତ ହେବାରୁ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଯୁଧିଷ୍ଠିର ନାୟକ (୫୧) ଆଜି ଅପରାହ୍ଣରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଯୁଧିଷ୍ଠୀରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର