ବଜ୍ରାଘାତରେ ଗୁରୁତରଙ୍କୁ ଗୋବରରେ ପୋତି ଜୀବନ ବଞ୍ଚାଇବା ଉଦ୍ୟମ ବିଫଳ, ଜଣେ ମୃତ
ପାଟଣା: ବଜ୍ରଘାତର ଶିକାର ହେବା ପରେ ଜଣେ ବ୍ୟକ୍ତିଙ୍କୁ ଗୋବରରେ ପୋତି ବଞ୍ଚାଇବାକୁ ମଙ୍ଗଳବାର ଉଦ୍ୟମ କରାଯାଇଛି। ମାତ୍ର ଲୋକଙ୍କର ଏହି ଉଦ୍ୟମ ବିଫଳ ହେବା ପରେ ବଜ୍ରପାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦୁଧନାଳି ଗାଁର ପାଣ୍ଡୁ ମୁଣ୍ଡା (୪୮) ଆଜି ବଜ୍ରାଘାତରେ ଗୁରୁତର ହେବା ପରେ ତାଙ୍କୁ ବଞ୍ଚାଇବା ପାଇଁ ଗୋବରରେ ପୋତି ରଖା ଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଅପରାହ୍ଣରେ ପାଣ୍ଡୁ ନିଜ ଘରେ ଖାଇ ସାରି ହାତ ଧୋଉଥିବା ବେଳେ ବଜ୍ରପାତ ହୋଇଥିଲା। ସେ ଗୁରୁତର ହେଇପଡିବାରୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍କୁ ଫୋନ କରାଯାଇଥିଲା ହେଲେ ଫୋନ ଲାଗି ନ ଥିଲା ବୋଲି ଅଭିଯୋଗ ହୋଇଛି। ପରେ ସାହରପଡା ଦମକଳ ବାହିନୀ ପହଂଚିଲା ବେଳକୁ ବହୁ ବିଳମ୍ବ ହୋଇଥିଲା। ପାଣ୍ଡୁଙ୍କୁ ଦମକଳ ବାହିନୀ ଗାଡ଼ିରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଡାକ୍ତରଖାନାକୁ ନିଆଯାଇଥିଲ। ସେଠାରେ ପାଣ୍ଡୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।