ବଜ୍ରପାତରେ ନାବାଳକ ଓ ମଇଁଷି ମୃତ

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତ ବଟକରି ଗାଁରେ ବଜ୍ରପାତରେ ଜଣେ ୧୭ ବର୍ଷିୟ ନାବାଳକ ଓ ଗୋଟିଏ ମଇଁଷି ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ବଟକରି ଗାଁର ବିଦ୍ୟାଧର ଗୌଡ(୧୭)। ସେ ନିଜ ଘର ପଛ ପଟେ ଗୋରୁ ଚରାଉଥିବା ବେଳେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ବିଦ୍ୟାଧର ଓ ତାଙ୍କର ଗୋଟିଏ ମଇଁଷି ମୃତ୍ୟୁ ହୋଇଥିବାର ଖବର ମିଳିଛି। ରାଜସ୍ୱ ନୀରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ତତନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର