ବଜ୍ରପାତ ନେଲା ଆଉ ଏକ ଜୀବନ, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ଭଞ୍ଜନଗର/ ଜଗନ୍ନାଥ ପ୍ରସାଦ: ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ବଜ୍ରାଘାତ ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଛାମୁଣ୍ଡ ଗ୍ରାମର ରାମଚନ୍ଦ୍ର ଗୌଡ଼(୩୨)ର ମୃତ୍ୟୁ ଘଟିଥିବା ବେଳେ ସୁନିଲ କୁମାର ରାଉତ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୁନିଲକୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗନ୍ନାଥ ପ୍ରସାଦ ସ୍ବାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୁଚନା ପ୍ରକାରେ ଆଜି ଏହି ଦୁଇଜଣ ଧୋଡ଼ାପଲ୍ଲି ଗ୍ରାମ ନିକଟରେ ଥିବା ନିଜ ଭାଲିଆ ବଗିଚାରୁ କାଜୁ ସଂଗ୍ରହ କରିବାକୁ ଯାଇଥିଲେ। କାଜୁ ସଂଗ୍ରହ କରି ଗ୍ରାମ ଅଭିମୁଖେ ଫେରୁଥିବା ବେଳେ ପ୍ରବଳ ବେଗରେ ପବନ ବର୍ଷା ଆସିବା ସହ ବଜ୍ରପାତ ଘଟିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ରାମର ମୃତ୍ୟୁ ହୋଇଥିଲା। ଏଥିସହ ସାଙ୍ଗରେ ଥିବା ସୁନିଲ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖି ରାମ ଓ ସୁଣିଲର ପରିବାର ଲୋକଙ୍କୁ ଏସମ୍ପର୍କରେ ଖବର ଦେଇଥିଲେ।ପରିବାର ଲୋକେ ପହଁଚି ଆହତଙ୍କୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟ ପକ୍ଷରେ ଅଭିଯୋଗ ପାଇବା ପରେ ଜଗନ୍ନାଥ ପ୍ରସାଦ ପୋଲିସ ପହଁଚି ମୃତ ରାମର ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଵ୍ୟଵଛେଦ ପାଇଁ ଭଂଜନଗର ପଠା ଯାଇଥିବା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର