ବଜ୍ରପାତରେ ଜଣେ ମୃତ, ଅନ୍ୟ ଜଣେ ଆହତ

ରାୟଗଡ଼ା: ବଜ୍ରପାତରେ ଆଜି ଅପରାହ୍ନରେ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଫଟାଗାଡ଼ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁୁ ଘଟିଛି। ମୃତକ ହେଲେ ପାଇଲ କୁଲେସିକା (୫୦)। ସେ ହରଡ଼ା ଭଟ୍ଟା ଗ୍ରାମ ନିକଟ ନିର୍ମାଣଧୀନ ନୂତନ ରେଳ ଧାରଣାରେ କୌଣସ କାମ କରୁଥିଲେ। ଆଜି ଦ୍ଵିପହର ପ୍ରାୟ ୪ଟା ସମୟରେ ଅଦିନିଆ ବର୍ଷା ହେଇଯାଇଥିଲା। ବର୍ଷା ଦାଉରୁ ରକ୍ଷା ପାଇବାକୁ ନିକଟରେ ଥିବା ଏକ ପାଳ ଛାମୁଣ୍ଡିଆରେ ପାଇଲ କୁଲେସିକା ଓ ଉକ୍ତ ଗ୍ରାମର ରତ୍ନାକର ଆଶ୍ରୟ ନେଉଥିଲେ। ଏହି ସମୟରେ ବଜ୍ରପାତ ହେବା ଯୋଗୁ ସେଠାରେ ପାଇଲ କୁଲେସିକାଙ୍କର ମୃତ୍ୟୁ ହୋଇଥିଲା। ରତ୍ନାକର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର