ଖଣିରେ ପଥର ଧସି ଜଣେ ମୃତ 

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବାଂଶପାଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଆଜି ସକାଳେ ଗ୍ରାମର କୁଷ୍ନ ବେହେରା ଗାଁ ପାଖ ପଥର ଖଣି କୁ ଯାଇ ପଥର କୁ ବାଡେଇ ମେଣ୍ଟାଲ  କରୁଥିବା ସମୟରେ ଖଣି ଉପରୁ ଏକ ବଡ ପଥର ଧସି ପଡିଦେହ ଉପରେ ପଥର ପଡି ଯିବାରୁ ସେ ଚାପି ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି ବହୁ ସମୟ ଧରି ଚାପି ହୋଇଥିଲେ ମଧ୍ୟ କେହି ଜାଣିପାରି ନଥିଲେ।

ଗ୍ରାମରେ ଆଜି ଭୋଜି ଥିବାରୁ ସ୍ତ୍ରୀ ଗୋଲ ବେହେରା ସାନ ପୁଅ ନବୀନକୁ ବାପାଙ୍କୁ ଡାକିବା ପାଇଁ ପଠାଇଥିଲେ। ପୁଅ ନବୀନ ଖଣିକୁ ଯାଇ ଦେଖିବାରୁ ବାପାଙ୍କୁ ପଥର ଚାପି ଦେଇଥିବା ଦେଖିଥିଲେ। ପରେ ଘରକୁ ଆସି ଜଣେଇଥିଲେ। ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ ବାଂଶପାଳ ଫାଣ୍ଡି ପୁଲିସ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ କୃଷ୍ଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଶବକୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି। ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର