ରାୟଗଡ଼ା: ନାଗାବଳୀ ନଦୀରେ ବୁଡ଼ି ଯୁବକ ମୃତ

ରାୟଗଡ଼ା: ନାଗାବଳୀ ନଦୀରେ ବୁଡ଼ି ରବିବାର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଅଂଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଝୋଲାପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗତ କିଛି ମାସର ବ୍ୟବଧାନ ପରେ ପୁଣି ଜଣେ ଯୁବକ ନଦୀରେ ଭାଶି ନିଖୋଜ ହୋଇଯାଇଛି। ମୃତ ଯୁବକ ହେଲେ ଆନ୍ଧ୍ର ପ୍ରଦେଶର ନାଇଡୁତୋଟା ଗ୍ରାମର କେ. ନଗେଶ ବୋଲି ଜଣାପଡ଼ିଛି। ଉକ୍ତ ଯୁବକ ନିଜର ପରିବାର ସହ ଆଜି ସକାଳେ ମଝିଘରିଆଣି ମନ୍ଦିର ଦର୍ଶନରେ ଆସିଥିଲେ। ଦର୍ଶନ ସରିବା ପରେ ସେମାନେ ନିକଟସ୍ଥ ନାଗାବଳୀ ନଦୀ ଝୋଳପୋଲ ନିକଟରେ ଭୋଜି କରୁଥିଲେ। ଏହି ସମୟରେ ସମସ୍ତେ ନାଗାବଳୀ ନଦୀରେ ଗଧାଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ନଗେଶ ଭାସି ଯାଇଥିଲେ।

ସମ୍ବନ୍ଧିତ ଖବର