ମାଟି ଅତଡ଼ା ଧସି ମହିଳା ମୃତ, ଜଣେ ଗୁରୁତର

ରାୟଗଡ଼ା: କୁମ୍ଭାର କାମ ପାଇଁ ମାଟି ଆଣିବାକୁ ଯାଇଥିବା ବେଳେ ଅତଡ଼ା ଖସିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଡମୁଣୀ କାଶି। ଘର ଶେଷଖାଲ ଥାନା ଆମ୍ବାଗୁଡା ଗ୍ରାମରେ। ଘଟଣାରେ ଅନ୍ୟ ଜଣେ ମହିଳା ଲଳିତା କାଶୀ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୁଲିସ୍ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆମ୍ବାଗୁଡାର କୁମ୍ଭାର ସଂପ୍ରଦାୟର ଦୁଇ ମହିଳା ଡମୁଣୀ କାଶୀ ଓ ଲଲିତା କାଶୀ ଆଜି ପୂର୍ବାହଣରେ ଗ୍ରାମ ନିକଟସ୍ଥ ମୁଣ୍ଡିଆ ପାହାଡ଼କୁ ମାଟି ଖୋଳିବାକୁ ଯାଇଥିଲେ। ଉଭୟେ ଏକ ସୁଡ଼ଙ୍ଗ ଭିତରେ ମାଟି ଖୋଳୁଥିବା ବେଳେ ହଠାତ୍ ମାଟି ଅତଡ଼ା ଧସି ପଡ଼ିଥିଲା। ଉଭୟେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ବେଳେ ଗ୍ରାମବାସୀ ଗୁରୁତର ଅବସ୍ଥାଥରେ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡମୁଣୀ କାଶୀକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର