ଭଦ୍ରକ: ବନ୍ତ ଥାନା ଅନ୍ତର୍ଗତ ବନ୍ତ ବଜାର ନିକଟସ୍ଥ କେନାଲ ଛକରେ ରବିବାର ଟ୍ରକ ଚଢ଼ି ଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ଯୁବକ ବସନ୍ତ ଜେନାଙ୍କର ଘର ଅଫଙ୍ଗା ପଂଚାୟତର ଅରଝଟିଆ ଗ୍ରାମ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଆହତ ଅନ୍ୟ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।