ଝାରସୁଗୁଡ଼ା: ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଶୁକ୍ରବାର ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଆଜି ଦିନ ୧୨ଟା ସମୟରେ ବ୍ଲାକ ଡାଇମଣ୍ଡ +୨ ବିଜ୍ଞାନ ଛାତ୍ର ଦୀପକ ସିଂ ନିଜ ସହପାଠୀଙ୍କ ସହ ଏକ ସ୍କୁଟିରେ ଘରକୁ ଫେରିବା ବେଳେ ବିଟିଏମ ଛକ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏକ ଟାଟା ମ୍ୟାଜିକ ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୀପକ ସିଂଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ଜଣେ ଛାତ୍ର ବିଟୁ ଓରଫ ରମେଶ ଯାଦବ ଗୁରୁତର ଆହତ ହୋଇଥିଲେ। ପୁଲିସ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ପରେ ଅବସ୍ଥା ଗମ୍ଭୀର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଫେରାର ଥିବା ବେଳେ ବିଟିଏମ୍ ଫାଣ୍ଡି ପୁଲିସ ଗାଡିକୁ ଜବତ କରି ତଦନ୍ତ କରୁଛି। ମୃତ ଛାତ୍ରଙ୍କ ଘର ବିହାରର ଆରା ଜିଲ୍ଲାରେ ହୋଇଥିବା ବେଳେ ସେ ହାଉସିଂ କଲୋନି ଠାରେ ତାର ବଡ଼ ବାପା ଓ ମା’ଙ୍କ ସହିତ ରହି ପଢୁଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Road-Accident-2.png)