ଅଜଣା ଗାଡ଼ି ଧକ୍କାରେ ଅଜଣା ଯୁବକର ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାରିଗୁଡ଼ା ନିକଟ ରାଜ୍ୟ ରାଜପଥ ଉପରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଅଜଣା ପଥଚାରୀଙ୍କ ଘଟଣାସ୍ଥଳରେ ହସଁ ମୃତ୍ୟୁ ଘଟିଛି। ଖବର ପାଇ ଡାବୁଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୃତଦେହ ଶନିବାର ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ମୃତ ବ୍ୟକ୍ତିର ପରିଚୟ ମିଳି ନ ଥିବା ବେଳେ ତା’ର ବୟସ ୩୫ ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର