ନୀଳଗିରି: ବାଲେଶ୍ବର ନୀଳଗିରି ଥାନା ଅନ୍ତର୍ଗତ ମିରିଗିଣି ଛକ ନିକଟରେ ଆଜି ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି କାଇଁଶପାଳର କାର୍ତ୍ତିକ ଦେହୁରୀ(୪୫)। ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟା ସମୟରେ ଶ୍ୟାମସୁନ୍ଦରପୁର ପଂଚାୟତ କାଇଁଶପାଳ ଅଂଚଳର ଦୁଇଜଣ ଯୁବକ ଏକ ବାଇକ୍ରେ ଯାଉଥିବା ବେଳେ ମିରିଗିଣି ଅଂଚଳର ଦେବାଶିଷ ଦ୍ବିବେଦୀଙ୍କୁ ଧକ୍କା ଦେଇଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବେନ୍ଦ୍ର ପାତ୍ର(୨୭) ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାସ୍ତାରେ ଚାଲିଚାଲି ଯାଉଥିବା ଦେବାଶିଷ ମଧ୍ୟ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି।
ବାଇକ୍ ଦୁର୍ଘଟଣାରେ ଜଣେ ମୃତ: ଜଣେ ଗୁରୁତର
/sambad/media/post_attachments/wp-content/uploads/2019/10/Accident_Bike_Road_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)