୩୩ କେଭି ବିଦ୍ୟୁତ ଖୁଣ୍ଟରେ ପିଟିହେଲେ ୨ ବାଇକ୍‌ ଆରୋହୀ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଡାଲଖାଇ ମନ୍ଦିର ନିକଟସ୍ଥ ରାସ୍ତା କଡରେ ଥିବା ୩୩ କେ.ଭି ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ସମ୍ମୁଖୀନ ହୋଇ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଠିକ ପରିଚୟ ମିଲିନାହିଁ।

ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଡାଲଖାଇ ମନ୍ଦିର ନିକଟସ୍ଥ ମିତଲ କମ୍ପାନି ମୁଖ୍ୟ ଫାଟକ ପାଖରେ ୨ ଜଣ ବାଇକ୍‌ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବାଇକ୍‌ଟି ଚିତ୍ରକୋଣ୍ଡା ଅଭିମୁଖେ ଆସୁଥିଲା। ଭାରସାମ୍ୟ ହରାଇ ରାସ୍ତାପାଖ ବିଦ୍ୟୁତ ଖୁଣ୍ଟରେ ବାଇକଟି ପିଟି ହେବା ଦ୍ୱାରା ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଚିତ୍ରକୋଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ମୃତ ବ୍ୟକ୍ତି ଜଣକ ରାଳେଗଡା ପଂଚାୟତ ନେଉଡ଼ପଲ୍ଲୀ ଅଂଚଳର ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର