ବଡ଼ସାହି: ମୟୂରଭଂଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ସଂକୁଚା ଗ୍ରାମର ପିତାମ୍ବର ହାଁସଦା(୪୫)ଙ୍କର ଆଜି ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜାଣାଯାଇଛି। ପିତାମ୍ବର ନିଜ ଗ୍ରାମ ନିକଟସ୍ଥ କୁରାଡ଼ିହା ଜଙ୍ଗଲକୁ ଅନ୍ୟମାନଙ୍କ ସହ ଜାଳେଣି ଗୋଟାଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ତାଙ୍କୁ ସେହି ଜଙ୍ଗଲରେ ବିଷଧର ସାପ କାମୁଡ଼ିଦେଇଥିଲା। ସେ ସେହି ଘଟଣାସ୍ଥଳରେ ପଡିଯାଇଥିଲେ। ତାଙ୍କ ସହିତ ଯାଇଥିବା ନିଜଭାଇ ଓ ଅନ୍ୟମାନେ ସେଠାରେ ତାଙ୍କୁ ପଡିଥିବାର ଦେଖି ପଚାରି ବୁଝିଥିଲେ। ସେ କିଛି କହିବା ପରେ ସଙ୍ଗେ ସଙ୍ଗେ ଚେତାଶୂନ୍ୟ ହୋଇପଡିଥିଲେ।ସେମାନେ ବଡ଼ସାହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେହେଁ ଡାକ୍ତର ପିତାମ୍ବରଙ୍କୁ ମୃତ ଘୋଷଣା କରିଥିଲେ ଏ ସମ୍ପର୍କରେ ଥାନାରେ ଜଣାଇବା ପରେ ଏକ ଅପମୃତ୍ୟୁ କେସ ରୁଜୁ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଇବାର ବ୍ୟବସ୍ଥା ଚାଲୁରହିଛି।
ଜାଳେଣି ଗୋଟାଇବାକୁ ଯାଇ ସାପ କାମୁଡ଼ାରେ ଜଣେ ମୃତ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)