ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ମିନି ଟ୍ରକ୍‌, ଯୁବକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଓ ରାସ୍ତା ମରାମତି ଦାବିରେ ଉତ୍ତେଜନା

ତାଳଚେର: ବଢୁଛି ଦୁର୍ଘଟଣା, ଚେତୁନି ପ୍ରଶାସନ। ଫଳ ସ୍ୱରୂପ ସଡ଼କ ଦୁର୍ଘଟଣାରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ। ଆଜି ଅନୁଗୋଳ ଜିଲ୍ଲା ତାଳଚେର ଚାଇଁପାଳଠାରେ ବାଇକ ଉପରେ ମିନି ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଚାଇଁପାଳ ଗ୍ରାମର ସଞ୍ଜୟ ଦାସ (୩୪)। ସେ ବଜାରକୁ ଯାଉଥିବା ସମୟରେ ଏକ ମିନି ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ କ୍ଷତିପୂରଣ ଓ ରାସ୍ତା ମରାମତି ଦାବିରେ ୧୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ବାରମ୍ବାର ଏହି ରାଜପଥରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ତାଳଚେର ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଜାତୀୟ ରାଜପଥରେ ଗମନାଗମନ ବାଧାପ୍ରପ୍ତ ହୋଇଛି।

ମୃତ ସଞ୍ଜୟ ଦାସ ନିକଟସ୍ଥ ଓଭରବ୍ରିଜ ଠାରେ ରହି ଠିକାଦାର କାର୍ଯ୍ୟ କରୁଥିଲେ। ସଂଜୟଙ୍କ ମୃତ୍ୟୁ ପରେ ତାଙ୍କର ପରିବାର କେମିତି ଚଳିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର