ଝରିଗାଁ: ନବରଂଗପୁର ଜିଲ୍ଲା ରିଗାଁ ବ୍ଲକ ଅନ୍ତର୍ଗତ ବାଣୁଆଗୁଡ଼ା ପାଞ୍ଚାୟତର ପଲସଗାଁ ଶିଵ ମନ୍ଦିର ରାସ୍ତା ପାର୍ଶ୍ୱରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି। ଡ୍ରାଇଭର ଜୟରାମ ଗୌଡ଼(୨୦) ଚିତବେଡା ଗ୍ରାମର ହୋଇଥିବା ବେଳେ ସମ୍ପର୍କୀୟ ଭାଈ ଭକ୍ତ ଚନ୍ଦ ଗୌଡ଼ଙ୍କ କହିବା ଅନୁସାରେ ସେ ଆଜି ୪ଟା ସମୟରେ ଟ୍ରାକ୍ଟରରେ ବଜେରୀ ବୋଝେଇ କରି ମେଦନା ରାସ୍ତାରେ ଛାଡି ଘରକୁ ଫେରିବା ବେଳକୁ ପଲସଗାଁ ଶିବମନ୍ଦିର ରାସ୍ତା ବୁଲାଣି ଠାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା ଫଳରେ ଡ୍ରାଇଭର ଛାତି ଷ୍ଟ୍ରୀଅରିଂ ମଧ୍ୟରେ ଫସି ଯାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା।ଶେଷରେ ଗ୍ରାମବାସୀ ଝରିଗାଁ ପୁଲିସକୁ ଖବରଦେବା ପରେ ଏସ ଆଇ ସନ୍ତୋଷ କୁମାର ମାଝୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ପକ୍ଷଙ୍କୁ ଶବ ହସ୍ତାନ୍ତର କରାଯିବ। ତେବେ ଘଟଣା ନେଇ ପୁଲିସର ତଦନ୍ତ ଜାରିରହିଛି।
ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ ମୃତ
/sambad/media/post_attachments/wp-content/uploads/2020/11/truck.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)