ବାଇକରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା,୧ ମୃତ ଓ ୨ ଗୁରୁତର 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ କରଡାବାଡି ଛକ ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହାତ ହୋଇଛନ୍ତି। କରଡାବାଡି ଗ୍ରାମ ନିକଟସ୍ଥ କନ୍ଧୁଣିଦେବୀ ମନ୍ଦିର ନିକଟରୁ ଏକ ବୈଠକରେ ଯୋଗ ଦେଇ ସୋରଡ଼ା ଫେରୁଥିବା ବେଳେ ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣା ଗସ୍ତ ହୋଇଥିଲା। ଏଥିରେ ବାହୁକାପଲ୍ଲୀ ଗ୍ରାମର ରଘୁ ମଲ୍ଲିକଙ୍କ ପୁଅ ପ୍ରସନ୍ନ ମଲ୍ଲିକ୍(୪୫) ମୃତ୍ୟୁ ଘଟିଥିବା ବେଳେ ଉସ୍ତପଲ୍ଲୀ ଗ୍ରାମର ରାଧାକାନ୍ତ ବେହେରା(୩୫) ଏବଂ ସୋରଡ଼ା ସାନ ସାହି ରାଜାମାଳ ବିଷୋୟୀ(୨୪) ଗୁରୁତର ଆହାତ ହୋଇଛନ୍ତି।

ତିନିଜଣ ବୈଠକରେ ସାରି ଘରକୁ ଫେରୁଥିବା ବେଇଳେ ଦୁର୍ଘଟଣାର ଶୀକାର ହୋଇଥିଲେ। ଘଟଣାସ୍ଥଳରୁ ଆହାତ ମାନଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ପ୍ରସନ୍ନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଥିସହ ରାଜାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ବାଇକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର