ଖଜୁରୀପଡ଼ା: ଖଜୁରୀପଡ଼ା ଥାନା ଦୁତିପଡା ଜଗନ୍ନାଥ ମନ୍ଦିର ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଉଭୟ ମୃତ ଓ ଆହତଙ୍କ ପରିଚୟ ମିଳିନଥିବା ବେଳେ ସେମାନଙ୍କ ଘର ଫୁଲବାଣୀ ସହର ଡାକପାଲା ଅଞ୍ଚଳର ବୋଲି ଜଣାପଡ଼ିଛି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ପ୍ରକାରେ ରାସ୍ତାରେ ପଡ଼ିଥିବା ମୃତ ମଇଁଷିକୁ ଦେଖିନପାରି ବାଇକ୍ ଚାଳକ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି।
ସେହିପରି ସମ୍ବେପଦର୍ ଘାଇ ନିକଟରେ ଏକ ମଇଁଷିକୁ କାର ଧକ୍କା ଦେଇଥିବା ବେଳେ ଦୁର୍ଘଟଣା ଘଟିଥିବା ଖବର ମିଳିଥିବା ବେଳେ ଏଥିରେ ବଦିଥିବା ଯାତ୍ରୀଦ୍ବୟ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଖଜୁରୀପଡ଼ା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Accident_Thumbnail.jpg)