ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅନ୍ତର୍ଗତ ଧକୋଠା ନିକଟରେ ଏକ ଯାତ୍ରୀବାହୀ ଅଟୋ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଡୁବୁରି ନିକଟ ବଲାଙ୍ଗିଆ ଗ୍ରାମର ଧନେଶ୍ୱର ପାତ୍ର (୫୦)। ସ୍ଥାନୀୟ ମାର୍ଶାପାଳ ଗ୍ରାମର ମୂଳବାସିନ୍ଦା ଧନେଶ୍ୱର ଆଜି ନିଜ ଘରକୁ ଆସିଥିଲେ। ଅପରାହ୍ଣ ୨ଟା ବେଳେ ପରିବାର ସହ ଏକ ଅଟୋରେ ଘଟଗାଁ ଆଡ଼କୁ ଯାଉଥିବାବେଳେ ଧକୋଠା ଓଭରବ୍ରିଜ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଅଟୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଧନେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ପାଟଣାର ରଜନୀଗନ୍ଧା ତନ୍ତୀ (୨୧), ଗୁରୁବାରୀ ତନ୍ତୀ (୧୪), ଛବି ତନ୍ତୀ (୮), ଡୁବୁରିର ହରିହର ଦାସ (୪୮), ପ୍ରମିଳା ଦାସ (୩୫)ଙ୍କ ସମେତ ୭ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ନେବା ପାଇଁ ପରାମର୍ଶ ଦିଆଯାଇଥିବା ଶଲ୍ୟ ବିଶେଷଜ୍ଞ ଡାକ୍ତର ସପନ କୁମାର ଦାସ କହିଛନ୍ତି।
ଅଟୋ-ବୋଲେରୋ ମୁହାଁମୁହିଁ : ଜଣେ ମୃତ, ୭ ଆହତ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)