ସଡକ ଦୁର୍ଘଟଣା ଜଣେ ମୃତ, ୨ ଆହତ

ତେଲକୋଇ: ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ-କାଞ୍ଜିପାଣି ପୂର୍ତ୍ତ ରାସ୍ତାର ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାନ୍ଧି ଛକଠାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବାବେଳେ ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ତେଲକୋଇ ଥାନା କାଳିଆପାଣି ଗ୍ରାମର ହାଡିବନ୍ଧୁ ନାଏକ(୨୫) ଏବଂ ଗୁରୁତର ଆହତ ହେଲେ ପୁରୁଣାପାଣି ଗ୍ରାମର ମନ୍ମଥ ଦେହୁରୀ(୨୪) ଓ ସାନକୁମୁଣ୍ଡ ଗ୍ରାମର ରାଜୀବ ଜୁଆଙ୍ଗ(୨୬)। ୩ଜଣ ଏକ ବାଇକରେ ତେଲକୋଇରୁ ଫେରୁଥିବା ବେଳେ କତରାପାଲି ଛକରେ ଏକ ଅଜଣା ଟ୍ରକ ସହ ଧକ୍କା ହୋଇଥିଲେ। ଟ୍ରକଟି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ତେଲକୋଇ ଡାକ୍ତରଖାନାରେ ହାଡିବନ୍ଧୁଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଏନେଇ ତେଲକୋଇ ପୋଲିସ କେଶ ନଂ୧୫୬/୨୦ ରୁଜୁ କରି ତଦନ୍ତ କରୁଛି।

ତେବେ ତେଲକୋଇ ଡ଼ାକ୍ତରଖାନାରେ ଡାକ୍ତର ନ ଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରୁନାହିଁ। ଫଳରେ ସ୍ଥାନୀୟ ଜନସାଧାରଣ ୭୦ କିମି ଦୂର କେନ୍ଦୁଝରକୁ ଶବ ବ୍ୟବଚ୍ଛେଦ ନିମନ୍ତେ ଯାଇ ହଇରାଣ ହେଉଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର