ଭଞ୍ଜନଗର: ଆଜି ଅପରାହ୍ନରେ ଭଞ୍ଜନଗର ଓ ଆଖପାଖ ଇଲାକାରେ ପ୍ରବଳ ବର୍ଷା ପବନ ହେବା ସହ ବଜ୍ରପାତ ଘଟି ବହୁ କ୍ଷୟକ୍ଷତି ଘଟିଛି। ସକାଳ ସମୟରେ ପାଗ ଶୁଖିଲା ରହିଥିବା ବେଳେ ମଧ୍ୟାହ୍ନରେ ପରେ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ଆରମ୍ଭ‌ ହୋଇଥିଲା। ଭଞ୍ଜନଗର ସହରର ଗଳିକନ୍ଦିରେ ବର୍ଷା ପାଣି ପଶି ରାସ୍ତା ଉପରେ ସୂଅ ଛୁଟିଥିଲା। ସହର ତଳି ଅଞ୍ଚଳରେ ବର୍ଷା ପାଣି ପଶିବା ସହ ଖାଲାସାହିରେ କିଛି ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହେଉଥିବା ବ‌େଳେ ବର୍ଷା ଛାଡିବା ପରେ ପାଣି ନିଷ୍କାସନ ହୋଇଥିଲା। ଏଥିସହ ବଜ୍ରପାତ ଘଟି ତାରସିଂହ ଥାନା ଗାଲେରୀ ଫାଣ୍ଡିର ଗାଲେରୀ ଗ୍ରାମର ପଠାଣି ନାଇକଙ୍କ (୫୮) ମୃତ୍ୟୁ ଘଟଥିବା ଅଭିଯୋଗ ହୋଇଛି।

Advertisment

ଏଥିସହ ଉକ୍ତ ଇଲାକାର ବିଲୁଆପଡା ଗ୍ରାମରେ ନାରାୟଣ ନାୟକ ଓ ବାଞ୍ଛା ଗୌଡଙ୍କ ୫ ଟି ଛେଳି ମୃତ୍ୟୁ ବରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଆଜି ଅପରାହ୍ନ‌ ସମୟରେ ବାଞ୍ଛା ଜମିରୁ ଘାସ ବାହାର କରିବା ପାଇଁ ଯାଇଥିଲେ। ସେ ସନ୍ଧ୍ୟାରେ ଫେରିନଥିବାରୁ ତାଙ୍କୁ ଖୋଜିବା ପରେ ସେ ଜମିରେ ପଡିଥିବା ଦେଖି ତାଙ୍କୁ ଗାଲେରୀ ଗୋଷ୍ଠି କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସକୁ ଖବର ଦିଆଯାଇଥିବା ଜଣାପଡିଛି।