ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ମଟର ସାଇକେଲ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ବ୍ୟକ୍ତି ଜଣକ ହୁଏତ ମାଥିଲିରୁ ବାହାରି ମାଲକାନଗିରି ଅଭିମୁଖେ ଯାଉଥିବା ପାଙ୍ଗାମ ନିକଟସ୍ଥ ସଲପ ପଦର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମଟର ସାଇକେଲଟି ବହୁତ ଦୁରକୁ ଛିଟିକି ପଡିଥିବା ଦେଖବାକୁ ମିଳିଥିଲା। ରାସ୍ତା ଉପରେ ବ୍ୟକ୍ତି ଜଣକ ଅତି ଗୁରୁତର ଅବସ୍ଥାରେ ପଡିଥିଲା। ତେବେ ସ୍ଥାନୀୟ ଲୋକେ ଏହି ବ୍ୟକ୍ତିଙ୍କୁ ମାଥିଲି ମେଡିକାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।
ତେବେ ମୃତ ବ୍ୟକ୍ତିର ଚିହ୍ନଟ ମିଳିନଥିବା ବେଳେ କୌଣସି ଗାଡି ସହ ଧକ୍କା ହେଲା ନା ନିଜେ ଭାରସାମ୍ୟ ହରାଇ ସେଠାରେ ଦୁର୍ଘଟଣଆ ଘଟି ମୃତ୍ୟୁବରଣ କରିଛନ୍ତି ତାହା ଜଣାପଡି ନାହିଁ। ଏହି ଘଟଣା ପରେ ସେଠାରେ ବହୁ ଲୋକ ରୁଣ୍ଡ ହୋଇଥିଲେ। କିନ୍ତୁ ସେହି ଏହି ମୃତ ବ୍ୟକ୍ତିଙ୍କୁ ଚିହ୍ନିନଥିବା କହିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ବେଳକୁ ମଧ୍ୟ ମୃତ ବ୍ୟକ୍ତିର ଚିହ୍ନଟ ହୋଇ ପାରିନଥିଲା। ତେବେ ଚିହ୍ନଟ ହେବା ପରେ ବ୍ୟବଛେଦ ପୁଲିସ କରାଇବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2d4638b6116433d3c537d0c637380c3b-750x430-1.jpg)