ଝାରସୁଗୁଡ଼ା: ଝାରସୁଗୁଡ଼ା ବସଷ୍ଟାଣ୍ଡ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲଇ ରାତି ପ୍ରାୟ ୧୨ଟା ସମୟରେ ସହରର ମୋହନ ହୋଟେଲର କର୍ମଚାରୀ ବିଜୟ ଭୋଇ(୩୨ ବର୍ଷ) ନିଜର ଜଣେ ସହଯୋଗୀଙ୍କ ସହିତ ମୋଟସାଇକେଲରେ ଯାଉଥିିବା ବେଳେ ସାମ୍ନା ପଟୁ କପିଲ ଦାସ(୨୯ ବର୍ଷ) ନାମକ ଆଉ ଜଣେ ଯୁବକ ତାଙ୍କର ଜଣେ ସହଯୋଗୀଙ୍କ ସହିତ ମୋଟର ସାଇକେଲରେ ଆସୁଥିଲେ। ଉଭୟ ଦୃତଗତିରେ ଆସୁଥିବା ଭାରସାମ୍ୟ ହରାଇ ପରସ୍ପର ସହିତ ପିଟି ହୋଇଯାଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରାଖାନାକୁ ନିଆାଯାଇଥିଲା। ସେଠାରୁ କପିଲ ଓ ବିଜୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ବିଜୟଙ୍କର ମୃତ୍ୟୁ ଘଟିଛି। କପିଲ ବୁର୍ଲାରେ ଚିକିତ୍ସିତ ହେଉଥିବା ବେଳେ ପ୍ରଦୀପ ମେହେର ଓ ରମେଶ ମିଶ୍ର ନାମକ ଆଉ ଦୁଇ ଜଣ ଯୁବକ ଝାରସୁଗୁଡ଼ାରେ ଚିକିତ୍ସିତ ହେଉଛନ୍ତି।
ବାଇକକୁ ପିଟିଲା ବାଇକ, ଜଣେ ମୃତ, ୩ ଗୁରୁତର
/sambad/media/post_attachments/wp-content/uploads/2018/07/Accident_Bike_Road_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)