ଟ୍ରାକ୍ଟର ସହିତ ବୁଲେଟ ଧକ୍କା, ଜଣେ ମୃତ, ଜଣେ ଆହତ

କଣିହାଁ : ଶୁକ୍ରବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା କଣିହାଁ -ଡେରେଙ୍ଗ ରାସ୍ତାର ମସୁଣି ହତା ବ୍ରିଜ ନିକଟରେ ଏକ ଟ୍ରାକ୍ଟର (ଓଆର ୧୯ ଏନ – ୨୬୨୧) ଏବଂ ଏକ ନମ୍ବର ବିହୀନ ବୁଲେଟ ମୋଟରସାଇକେଲ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଛି l ଘଟଣାସ୍ଥଳରେ ବୁଲେଟ ଚାଳକ କଣିହାଁ ଥାନା ଡେରେଙ୍ଗ ଗାଁର ଲିପୁନ ନାଏକ (୨୬) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l

ଲିପୁନଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। କଣିହାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରାଯାଇଛି l ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର