ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଥାନା ବଲଙ୍ଗ ଗ୍ରାମରେ ଆଜି ଅଘଟଣ ଘଟିଛି। ଗାଈ ଚରାଇବାକୁ ଯାଇଥିବା ବେଳେ ବିଜୁଳି ମାରିବାରୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି ଓ ଜଣେ ଗୁରୁତର ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ ବନ୍ତଳା ଥାନା ଦୁର୍ଗମ ବଲଙ୍ଗ ଗ୍ରାମର ପ୍ରଭାକର ଦେହୁରୀ(୬୨) ଓ ଦେବରାଜ ବେହେରା(୫୨) ପ୍ରତିଦିନ ଭଳି ଆଜି ମଧ୍ୟ ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ। ଆଜି ଅପରାହ୍ନରେ ଝିପିଝପି ବର୍ଷା ଆରମ୍ଭ ହେବାରୁ ସେମାନେ ଜଙ୍ଗଲ ଭିତରୁ ଗାଈ ପଲଙ୍କୁ ନେଇ ଶୀଘ୍ର ଘରକୁ ଫେରୁଥିଲେ। ଏତିକିବେଳେ ବିଜୁଳି ମାରିବାରୁ ବାଟରେ ବୃଦ୍ଧ ପ୍ରଭାକର ସେଠାରେ ଟଳି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।
ସେହିପରି ସେଠାରେ ଦେବରାଜଙ୍କ ଦେହ ମଧ୍ୟ ପୋଡି ଯାଇଥିଲା। ଫଳରେ ମୁର୍ମ୍ମୁଷ ଅବସ୍ଥାରେ ସେ ସେଠାରେ ପଡି ରହିଥିଲେ। ଏହି ଖବର ସ୍ଥାନୀୟ ଲୋକମାନେ ଜାଣିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଭାକରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ଦେବରାଜଙ୍କୁ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ ଯେ ଏହି ଘଟଣାରେ ମୃତ୍ୟୁ ପ୍ରଭାକରଙ୍କ ଏକ ବଳଦ ମଧ୍ୟ ସେଠାରେ ମରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)