ଲେଫ୍ରିପଡା: ଉଜ୍ବଳପୁର ବନାଞ୍ଚଳ ଅନ୍ତର୍ଗତ ମେଘଡଗା ମାଞ୍ଜେନମାଏଟ୍ ଗ୍ରାମରେ ଗୁରୁବାର ରାତି ପ୍ରାୟ ସାଢେ ଦଶଟା ବେଳେ ଏକ ଦନ୍ତା ଜଣେ ବ୍ୟକ୍ତିଙ୍କୁ ଖଟରୁ ଭିଡି ନେଇ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗ୍ରାମର ଉଗ୍ରସେନ ଗଞ୍ଜୁ (୫୫) ରାତିରେ ନିଜ ଘର ବାରଣ୍ଡାରେ ଶୋଇଥିଲେ।

Advertisment

ଜଙ୍ଗଲରୁ ଏକ ଦନ୍ତା ହାତୀ ପଶି ଆସି ଉଗ୍ରସେନକୁ ଶୁଣ୍ଢରେ ବାହାରକୁ ଟାଣି ଆଣି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଖବରପାଇ ଉଜ୍ବଳପୁର ବନ ବିଭାଗ କର୍ମଚାରୀ ଏବଂ ସୁନ୍ଦରଗଡ଼ ସଦର ଥାନା ପୁଲିସ ପହଞ୍ଚିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବନ ବିଭାଗ ପକ୍ଷରୁ ଦନ୍ତାର ସନ୍ଧାନ କରାଯାଉଥିବା କୁହାଯାଇଛି।