ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ ନମ୍ୱର୍ ଜାତୀୟ ରାଜପଥ ହଳଦୀପଦା ରାଜଧାନୀ ଢ଼ାବା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଆଜି ସକାଳେ ହଳଦୀପଦା ରାଜଧାନୀ ଢ଼ାବା ନିକଟରେ ରାସ୍ତା ପାରିହେଉଥିବା ସମୟରେ ଜଣେ ଯୁବକଙ୍କୁ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

Advertisment

ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି। ତେବେ ଯୁବକ ଜଣକ କିଏ ତାହାର କୌଣସି ପରିଚୟ ମିଳିନଥିବା ବେଳେ ହାତରେ ଥିବା ଏକ ଟାଟୁରେ ସୁରେନ୍ଦ୍ର ଲେଖାଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଏନେଇ ବସ୍ତା ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି |