ଉମରକୋଟ: ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ଅନ୍ୟ ଜଣେ ଗୁରୁତର ହୋଇ ଉମରକୋଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ସହର ଠାରୁ ଅଳ୍ପ କିଛି ଦୂର ସ୍ଥିତ ସାନ ବାସନୀ ଗ୍ରାମ ଛକଠାରେ। ବାଲିଘାଟ ଗ୍ରାମର ଯୋହନ ସାନ୍ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଯୋହନ ସାନ୍ତା ଓ ରାସୁ ସାନ୍ତା ଅଞ୍ଚଲା ଗ୍ରାମ ପଞ୍ଚାୟତ ଅମ୍ବାଘାଟ ଗ୍ରାମରୁ ବାଇକ ଯୋଗେ ଉମରକୋଟ କିଛି ଜିନିଷ କିଣିବା ପାଇଁ ଆସିଥିଲେ।
ଜିନିଷ କିଣାକିଣି କରି ଘରକୁ ଫେରିବାବେଳେ ସାନବାସିନୀ ଗ୍ରାମ ଛକଠାରେ ପ୍ରାୟ ଅପରାହ୍ନ ୨/୩୦ ସମୟରେ ବିପରୀତ ଦିଗ ଝରିଗାଁ ପଟୁ ଉମରକୋଟ ଆଡ଼େ କ୍ଷୀପ୍ର ଗତିରେ ଯାଉଥିବା ଏକ ଅଜଣା ଗାଡି ଧକ୍କାରେ ବାଇକଟି ଛିଟିକି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ଯୋହନ ସାନ୍ତାଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଓ ଗୁରୁତର ଅବସ୍ଥାରେ ରାସୁ ସାନ୍ତାଙ୍କୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ର।ସୁଙ୍କ ଅଵସ୍ଥା ମଧ୍ୟ ସଂକଟାପନ୍ନ ରହିଛି | ଯୋହନଙ୍କ ପିତାଙ୍କ ଏତଲା କ୍ରମେ ଉମରକୋଟ ପୁଲିସ ୨୮୮/୨୨ କେସ ନମ୍ବରରେ ମାମଲା ରୁଜୁ କରିଛି।