ବଜ୍ରପାତରେ ଜଣେ ମୃତ 

ଭଦ୍ରକ: ଭଦ୍ରକ ଜିଲ୍ଲା ଓଲଙ୍ଗ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବଜ୍ରପାତରେ ଜଣଙ୍କର ମୃତ। ଚିକତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିବା ମାତ୍ରେ ଡ଼ାକ୍ତର ଉକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ସୂଚନାଅନୁଯାୟୀ, ସଲଙ୍ଗ ଗ୍ରାମର ଗୁରୁଆ ମହନ୍ତ(୫୫)।

ଆଜି ଅପରାହ୍ନରେ ନିଜ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଗୁରୁଆ ଅଚେତ ହୋଇ ବିଲରେ ଟଳି ପଡ଼ିଥିଲେ। ତାଙ୍କୁ ଗ୍ରାମବାସୀ ବିଲରୁ ଉଠାଇ ତୁରନ୍ତ ଭଦ୍ରକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର