ଭଞ୍ଜନଗର: ବଡ଼ନଦୀ ପଠାରୁ ଗତକାଲି ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଆଉ ଜଣେ ବୃଦ୍ଧ ନଦୀ ପାର ହେଉଥିବା ସମୟରେ ଭାସି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଭଞ୍ଜନଗର ଥାନା ଅଧୀନ ବଡ଼ନଦୀରେ କୃଷ୍ଣପଲ୍ଲୀ ଗ୍ରାମର ଚନ୍ଦ୍ର ନାଇକ(୬୩)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଚନ୍ଦ୍ର ସଉଦା ଆଣିବାକୁ କୁଲାଡ ବଜାରକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ସମୟରେ ବଡ଼ନଦୀର ସ୍ରୋତରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ଖବର ପାଇଁ ମେଡିକାଲ ଆଣିଥିବା ବେଳେ ଡାକ୍ତର ଚନ୍ଦ୍ରଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ପୁଲିସ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏନେଇ କେସ୍ ନମ୍ବର ୩୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଗତ ଜୁଲାଇ ମାସରେ ବଡ଼ନଦୀରେ ଗୋଟାଏ ଦିନରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ଆଉଜଣଙ୍କ ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)
