ପଦ୍ମପୁର: ଯାତ୍ରା ଦେଖା ହେଲା କାଳ । ଯାତ୍ରାଦେଖି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାଙ୍ଗବାହାଲ ସ୍କୁଲ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।
ବିଳମ୍ବିତ ରାତିରେ ୪ଜଣ ଯୁବକ ଏକ କାରରେ ଫେରୁଥିଲେ । ଭାରସାମ୍ୟ ହରାଇ ଏକ ବିଲ ଭିତରକୁ ପଶିଯାଇଥିଲା କାର । ଏହା ପରେ ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତକ ଜଣଙ୍କ ହେଲେ ନିରଞ୍ଜନ ସାହୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/acc-padmapur-750x430-1.jpg)