ଭିଣୋଇକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲା ଶଳା

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଜର୍ଜଗଡ଼ ଗ୍ରାମରେ ସୋମବାର ଯୋଗେନ୍ଦ୍ର ବାରିହା ନାମକ ଜଣେ ଯୁବକର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତକର ଭିଣୋଇ ଘରେ କୋଣସି ପ୍ରକାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଏହା ଦେଖି ଯୋଗେନ୍ଦ୍ର ଭିଣୋଇକୁ ବଞ୍ଚାଇବା ପାଇଁ ଯାଇଥିବାବେଳେ ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ |

ପରିବାର ଓ ଆଖପାଖ ଲୋକେ ତୁରନ୍ତ ଉଭୟଙ୍କୁ ପାଇକମାଳ ଡାକ୍ତରଖାନାକୁ ନେଇଥିଲେ ହେଲେ ଯୋଗେନ୍ଦ୍ରକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭିଣୋଇକୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦେଇଥିବା ଜଣାପଡ଼ିଛି । ସୂଚନା ପାଇବା ପରେ ପାଇକମାଳ ଥାନା ଅଧିକାରୀ ବିଶ୍ଵଜିତ ମନବୋଧ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ପାଇକମାଳ ଥାନାରେ କେଶ ନମ୍ବର ୧୫୨/୨୨ ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର