ଦଶହରାରେ ଝିଅକୁ ନେବାକୁ ଆସି ଜୀବନ ହାରିଲା ବାପା

ବ୍ୟକ୍ତିଙ୍କୁ ଦଳିଦେଲା ଜଙ୍ଗଲୀ ଦନ୍ତା

ବାଲିଶଙ୍କରା: ସୁନ୍ଦରଗଡ ଜିଲ୍ଲା ଉଜ୍ବଳପୁର ବନାଞ୍ଚଳ ଅନ୍ତର୍ଗତ କିଞ୍ଜିରକେଲା ସେକ୍ସନର କୁପାଟାଙ୍ଗର ଗ୍ରାମରେ ଆଜି ଦିନ ୪ଟା ସମୟରେ ଏକ ଅଘଟଣ ଘଟିଯାଇଛି । ସୂଚନାରୁ ଜଣାପଡିଛି କି ଲେଫ୍ରିପଡା ବ୍ଲକର ମଶାବିରା ଗ୍ରାମ ଡ଼ୁମେରବାହାଲ ପଡ଼ାର ବୁଧରାମ ମାଝୀ (୫୦) ନିଜ ଝିଅକୁ କୁପାଟାଙ୍ଗର ଗ୍ରାମରେ ବିବାହ ଦେଇଥିଲେ । ଦଶହରା ପାଇଁ ଝିଅକୁ ନେବା ପାଇଁ ଆସିଥିଲେ । ବୁଧରାମଙ୍କ ସମୁଦୀ ଘରକୁ ବୁଲିବାକୁ ଯାଉଥିବା ସମୟରେ ହାତୀପଲଙ୍କ ସମ୍ମୁଖରେ ପଡିଯାଇଥିଲେ ।

ହାତୀପଲ ବୁଧରାମଙ୍କୁ ମାଡି ଦଳି ଦେଇଥିବାବେଳେ ହାତୀପଲ ହାତୀ ଘେରାବନ୍ଦୀ କରି ମୃତଦେହ ପାଖରେ ଜଗି ରହିଥିଲେ । ଏପଟେ ଝିଅ ବାପାଙ୍କ ଘରକୁ ଫେରିବାକୁ ବିଳମ୍ବ ହେବାରୁ ଖୋଜାଖୋଜି ଆରମ୍ଭ କଲେ । ସେତେବେଳେ ହାତୀପଲ ରାସ୍ତାରେ ଘେରି ରହିଥିବାବେଳେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଆସି ହାତୀପଲକୁ ଘଉଡ଼ାଇ ଶବ ଉଦ୍ଧାର କରିଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ । ଘଟଣାସ୍ଥଳରେ କିଞ୍ଜିରକେଲା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର