ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ରାଜଗାଙ୍ଗପୁର: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ରାଜଗାଙ୍ଗପୁର ରେଞ୍ଜ ପାନପୋଷ ପଞ୍ଚାୟତ କାଲୋଡ଼ିହି ଗାଁ ନିକଟରେ ଥିବା ହଲଢ଼ିପା ସଂରକ୍ଷିତ ଜଙ୍ଗଲରେ ଏଭଳି ଘଟଣା ଘଟିଛି । ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବୃଦ୍ଧ ଜଣକ କାଲୋଡ଼ିହି ମିଞ୍ଜଟୋଲିର ଭଲେରିୟୁସ ମିଞ୍ଜ (୬୦)ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ମୃତକ ଭଲେରୀୟୁସ ରବିବାର ଦିନ କୌଣସି କାର୍ଯ୍ୟରେ ନିକଟସ୍ଥ ପିତାମହଲ ଗାଁକୁ ଯାଇଥିଲେ । ଉକ୍ତ ଦିନ ସନ୍ଧ୍ୟା ସମୟରେ ଭଲେରିୟୁସ ଜଙ୍ଗଲ ଭିତର ଦେଇ ଯାଇଥିବା ଏକ ଚଲାପଥ ଦେଇ ପିତାମହଲରୁ ନିଜ ଗାଁ କାଲୋଡ଼ିହିକୁ ଫେରୁଥିବାବେଳେ ହଠାତ ହାତୀ ହାବୁଡ଼ରେ ପଡିଯାଇଥିଲେ ।

ଆଜି ସକାଳୁ ଗ୍ରାମବାସୀମାନେ ଉକ୍ତ ରାସ୍ତାରେ ଭଲେରିୟୁସଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ରାଜଗାଙ୍ଗପୁର ରେଞ୍ଜର ପ୍ରମୋଦ ସାହୁ ବନ କର୍ମଚାରୀଙ୍କ ସହ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ । ତଦନ୍ତ ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । କିଛି ଦିନ ହେବ ଏକ ହାତୀପଲ ଅଞ୍ଚଳରେ ବୁଲୁଥିବା କଥା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର