ରାୟଗଡା: ଟ୍ୟୁସନ ସାରି ଘରକୁ ଫେରିବା ବେଳେ ବଜ୍ରପାତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି | ରାୟଗଡା ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ କଦଳୀଗୁଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ।ମୃତକ ଜଣକ ହେଲେ ଅଦାବଂଶ ସଂଜୁ ଏବଂ ଅନ୍ୟ ଗୁରୁତର ଜଣକ ପରିଚୟ ମିଳିପାରି ନାହିଁ।ତେବେ ଆହତଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଜଣାପଡିଛି।
ମୃତକ ଜଣକ ଜେକେପୁର ସ୍ଥିତ ଉଗ୍ରତାରା ମହାବିଦ୍ୟାଳୟର ଯୁକ୍ତ ୨ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି। ଆଜି ଅପରାହ୍ନରେ ୨ଜଣ ସାଇକେଲ ଯୋଗେ ଜେକେପୁରକୁ ଟିଉସନ ସାରି ୫ଟା ସମୟରେ ଘରକୁ ଫେରୁଥିବା ବେଳେ କାଳବୈଶାଖୀ ବର୍ଷା ଝଡ଼ରେ ବଜ୍ରପାତର ଶିକାର ହୋଇଥିଲେ। ଗାଁକୁ ପହଂଚିବାକୁ ଆଉ ଅଳ୍ପ ଦୂର ବାଟ ରହିଥିବାବେଳେ ବଜ୍ରପାତରେ ସଂଜୁର ମୃତ୍ୟୁ ହେବାରୁ ସେ ଆଉ ଘରେ ପହଞ୍ଚିପାରିନଥିଲେ। ତାଙ୍କର ମୃତଦେହ ଘରେ ପହଞ୍ଚିଥିଲା। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।