ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ଥାନା ଅର୍ନ୍ତଗତ ଅଁଳାଯୋଡି ପଂଚାୟତର ନେଉତି ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | ସୂଚନା ଅନୁଯାୟୀ ଦୋଲସରା ଗ୍ରାମର ବାରିଶା ମୁର୍ମୁଙ୍କ ପୁଅ ବାଜାନ ମୁର୍ମୁ(୪୬) ଗତ ରାତିରେ ରାଇରଙ୍ଗପୁରରୁ ଦଲସରାକୁ ଫେରୁଥିଲେ । ତେବେ ରାତିରେ ଘରେ ପହଞ୍ଚି ନ ଥିଲେ । ଆଜି ସକାଳୁ ତାଙ୍କର ମୃତଦେହ ନେଉତି ଗ୍ରାମର ରାସ୍ତା ପାର୍ଶ୍ୱରୁ ମିଳିଥିଲା । ପ୍ରାଥମିକ ତଦନ୍ତ ପରେ ବାଜାନ ବାଇକରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ପୁଲିସ କହିଛି । ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଏନେଇ ବହଳଦା ଥାନାରେ କେସ୍ ନଂ ୧୩୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର