ଦାଦନ ଯିବା ହେଲା କାଳ: କାମ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ହେଲା ମୃତ୍ୟୁ

ଧର୍ମଗଡ: ରାଜ୍ୟ ସରକାର ଗ୍ରାମାଂଚଳ ଲୋକମାନଙ୍କୁ ନିଜ ଗ୍ରାମରେ କାର୍ଯ୍ୟ ସଂସ୍ଥାନ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ବାସ୍ତବରେ ବିଭାଗୀୟ ଅଧିକାରୀମାନଙ୍କ ଠିକାଦାର ପୋଷା ଓ ଲାଭଖୋର ମନୋବୃତ୍ତି ଯୋଗୁଁ ଲୋକେ କାମ ନ ପାଇ ନିଜ ପେଟ ପୋଷିବା ଲାଗି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଆଜି ମଧ୍ୟ ରାଜ୍ୟ ବାହାର ଏକ କମ୍ପାନୀରେ କାମ କରୁଥିବା ସମୟ ରେ ଧର୍ମଗଡ ବ୍ଲକ ଖାଇରପଦରର ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଖଇରପଦର ଗ୍ରାମର ପ୍ରଦ୍ୟୁମ୍ନ ସାହୁ ଓ ଦଶମୀ ସାହୁଙ୍କ ଏକ ମାତ୍ର ପୁତ୍ର ଜନ୍ମେଜୟ ସାହୁ ଡାକ ନାମ ପିଣ୍ଟୁ (୨୧) ଗତ ଜାନୁୟାରୀ ୧୭ ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟର ଚନ୍ଦ୍ରପୁରା ଅଞ୍ଚଳର ସାଇନା କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । କାର୍ଯ୍ୟରତ ସମୟରେ ବିଦ୍ୟୁତ ଆଘାତରେ ଆସିଥିଲେ ଓ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ମୃତକଙ୍କ ପିତା ଜଣେ ଭିନ୍ନକ୍ଷମ ଅଟନ୍ତି ପରିବାରର ଏକମାତ୍ର ପୁଅକୁ ହରାଇ ବର୍ତ୍ତମାନ ଏହି ପରିବାର ଦିଗହରା ହୋଇପଡିଛନ୍ତି ।

ସମ୍ବନ୍ଧିତ ଖବର